Selected Film Reviews
ବଛା ଓଡ଼ିଆ ସିନେମା ସମୀକ୍ଷା
Reviews are the opinion of the Odiapedia editorial team, published in February 2026. Each rating is the reviewer's overall judgement out of five. This is a small selection, not a list of the newest releases.
Daman
ଦମନ
"Daman is not just a film; it's a movement in Odia cinema. Inspired by real events and the state's DAMaN malaria-control programme, it showcases the relentless efforts of a young doctor posted to a cut-off tribal area of Malkangiri district. Babushaan delivers a career-defining performance, shedding his chocolate boy image for a gritty, realistic portrayal."
"ଦମନ କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏହା ଓଡ଼ିଆ ସିନେମା ଜଗତରେ ଏକ ଆନ୍ଦୋଳନ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ଜଣେ ଯୁବ ଡାକ୍ତରଙ୍କର ସଂଘର୍ଷର କାହାଣୀ ଏଥିରେ ବର୍ଣ୍ଣିତ। ବାବୁଶାନଙ୍କର ଅଭିନୟ ଏଥିରେ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି, ଯାହା ଦର୍ଶକଙ୍କ ମନ ଛୁଇଁଯାଏ।"
A Must Watch. The dawn of a new era for Ollywood.
ନିଶ୍ଚୟ ଦେଖନ୍ତୁ। ଓଡ଼ିଆ ସିନେମା ପାଇଁ ଏକ ନୂତନ ଯୁଗର ଆରମ୍ଭ।
Reviewed by the Odiapedia editorial team · published 16 February 2026 · directed by Vishal Mourya & Debi Prasad Lenka · Full credits
Pratikshya
ପ୍ରତୀକ୍ଷା
"Based on Gourahari Das's short story 'Bapa', Pratikshya is a poignant tale of a middle-class family's aspirations and the complex father-son bond. Dipanwit Dashmohapatra is outstanding as the struggling son. The film captures the essence of Bhubaneswar life beautifully."
"ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ, 'ପ୍ରତୀକ୍ଷା' ହେଉଛି ଏକ ମଧ୍ୟବିତ୍ତ ପରିବାରର ସ୍ୱପ୍ନ ଏବଂ ବାପା-ପୁଅ ସମ୍ପର୍କର ଏକ ହୃଦୟସ୍ପର୍ଶୀ କାହାଣୀ। ଦୀପନ୍ୱିତ ଦାଶମହାପାତ୍ରଙ୍କ ଅଭିନୟ ଚମତ୍କାର। ଭୁବନେଶ୍ୱରର ସାଧାରଣ ଜୀବନଯାତ୍ରା ଏଥିରେ ନିଖୁଣ ଭାବରେ ଚିତ୍ରିତ ହୋଇଛି।"
Emotional and relatable. A masterpiece of storytelling.
ଭାବପ୍ରବଣ ଏବଂ ବାସ୍ତବଧର୍ମୀ। ଏକ ଚମତ୍କାର କାହାଣୀ।
Reviewed by the Odiapedia editorial team · published 16 February 2026 · directed by Anupam Patnaik · Full credits
Pushkara
ପୁଷ୍କର
"Feature debuting director Subhransu Das brings Sabyasachi in a never-seen-before avatar. Adapted from the Odia novel Nadabindu and set in Puri against the backdrop of Jagannath temple traditions, it's a story of love and tradition. The cinematography is breathtaking."
"ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସଙ୍କ ଏହି ଚଳଚ୍ଚିତ୍ରରେ ସବ୍ୟସାଚୀଙ୍କୁ ଏକ ସମ୍ପୂର୍ଣ୍ଣ ନୂଆ ରୂପରେ ଦେଖିବାକୁ ମିଳେ। ପରମ୍ପରା ଏବଂ ପ୍ରେମର ଏହି କାହାଣୀ ଦର୍ଶକଙ୍କୁ ବାନ୍ଧି ରଖେ। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଏବଂ ପୁରୀର ଦୃଶ୍ୟ ଅତ୍ୟନ୍ତ ମନୋରମ।"
Visually stunning and culturally rich.
ଦୃଶ୍ୟରାଜି ଚମତ୍କାର ଏବଂ ସାଂସ୍କୃତିକ ଭାବେ ସମୃଦ୍ଧ।
Reviewed by the Odiapedia editorial team · published 16 February 2026 · directed by Subhransu Das · Full credits
Want to explore the history of these films?
📜 View Cinema Timeline